ଝଲକ ଦିଖଲା ଜା ଶୋ’ରେ ଦୂତୀ ଚାନ୍ଦଙ୍କ ଡ୍ୟାନ୍ସ ଦେଖି କରଣ ଜୋହର କଲେ ସାଲ୍ୟୁଟ୍

ନୂଆଦିଲ୍ଲୀ: ଟିଭି ପରଦାର ସବୁଠୁ ଚର୍ଚ୍ଚିତ ଡ୍ୟାନ୍ସ ରିୟାଲିଟି ଶୋ’ ଝଲକ ଦିଖଲା ଜା ସିଜିନ ୧୦ରେ ଚଳିତ ଥର ଡବଲ ଧମାଲ ଦେଖିବାକୁ ମିଳିବ। ଡ୍ୟାନ୍ସ ରିୟାଲିଟି ସୋ’ରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ବିଜେତା ଓଡିଆ ଆଥଲେଟ୍ ଦୂତୀ ଚାନ୍ଦ ପ୍ରତିଯୋଗୀ ହୋଇ ସାମିଲ ହେବେ। ଫ୍ୟାମିଲ ସ୍ପେଶାଲ ଏପିସୋଡରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତ ପାଇଁ ବହୁ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ଜିତିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ଡ୍ୟାନ୍ସର ଜଲୱା ଏଠାରେ ଦେଖିବାକୁ ମିଳିବ । କଲର୍ସର ଇନଷ୍ଟାଗ୍ରାମ ପେଜରେ ଏହାର ଏକ ପ୍ରୋମୋ ଜାରି କରାଯାଇଛି । ଏଥିରେ ଦୂତୀ ନିଜର ଡ୍ୟାନ୍ସରେ ଜଜଙ୍କୁ ଖୁସି କରାଇଛନ୍ତି ।

ଭାରତୀୟ ଆଥଲେଟ୍ ଦୂତୀ ଚାନ୍ଦ ପ୍ରଥମ ଥର କୌଣସି ଡ୍ୟାନ୍ସ ରିୟାଲିଟି ସୋ’ରେ ସାମିଲ ହେବେ । ଦୂତୀ କହିଛନ୍ତି, ନିଜର ଜୀବନରେ ବହୁ ଦୌଡିଛନ୍ତି, କିନ୍ତୁ ଡ୍ୟାନ୍ସ ପ୍ରଥମ ଥର କରୁଛନ୍ତି । ସୋ’ର ବିଚାରପତି ମଧ୍ୟ ତାଙ୍କର ଡ୍ୟାନ୍ସରେ ଖୁସି ହୋଇଥିଲେ । କଲର୍ସର ଇନଷ୍ଟାଗ୍ରାମ ପେଜରେ ସେୟାର ପ୍ରୋମୋରେ ଦୂତୀ ଚାନ୍ଦ ନିଜର କୋରିୟୋଗ୍ରାଫର ପାର୍ଟନରଙ୍କ ସହ ଦଙ୍ଗଲ ଫିଲ୍ମର ଗୀତ ‘ଧାକଡ’ ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛନ୍ତି । ଡ୍ୟାନ୍ସ ରିୟାଲିଟି ସୋ’ ଜଜ ମାଧୁରୀ ଦୀକ୍ଷିତ ମଧ୍ୟ ଦୂତୀ ଚାନ୍ଦଙ୍କ ଡ୍ୟାନ୍ସର ବେଶ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଜଜ କରଣ ଜୋହର ମଧ୍ୟ ଦୂତୀଙ୍କ ଡ୍ୟାନ୍ସକୁ ଝଲକ ମଞ୍ଚରେ ସବୁଠୁ ଗର୍ବର ମୁହୂର୍ତ୍ତ କହିବା ସହ ତାଙ୍କୁ ସାଲ୍ୟୁଟ୍ କରିଥିଲେ ।

Related Articles

Back to top button