କଣ୍ଟାବାଞ୍ଜିରେ ଲଜ୍‌ରୁ ୫୮ ଲକ୍ଷ ଟଙ୍କା ଜବତ କଲା ପୁଲିସ୍‌

କଣ୍ଟାବାଞ୍ଜିରେ ଥିବା ଅନପୂର୍ଣ୍ଣା ଲଜ୍‌ରୁ ୫୮ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍‌ । କଣ୍ଟାବାଞ୍ଜି ପୁଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇଁ ସହର ର ଅର୍ନପୂର୍ଣ୍ଣା ଲଜ ଉପରେ ବିଳମ୍ବିତ ରାତିରେ ଚଢାଉ କରିଥିଲା। ସେଠାରେ ଜୁଆ ଖେଳ ଚାଲିଥିଲା। ଆନ୍ଧ୍ରପ୍ରଦେଶର ୭ ଜଣ ବ୍ୟକ୍ତି ସେଠାରେ ଜୁଆ ଖେଳୁଥିଲେ। ସେମାନଙ୍କ ଠାରୁ ନଗଦ ୫୮ଲକ୍ଷ ୫୨ହାଜର ୨୫୦ଟଙ୍କା, ୪ମୁଠା ତାସ,୭ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏସ. ଡି. ପି. ଓ. ଡ଼ ହୃଷିକେଶ ମେହେର ଏ ବିଷୟରେ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ମାନେ ହେଲେ ପାଭେଲୁରୀ ଭେଙ୍ଗାଇଳେର , ପି ଗୋପୀ ନାଇଡ଼ୁ , ବି ରମେଶ ନାଏକ , କେ ଭେନକେଟେଶ୍ୱର ରାଓ, ଏନ ଲକ୍ଷ୍ମଣ , ପି ଶ୍ରୀନିବାସ ରାଓ , ଏନ. ବାବୁଦାସ ନାୟିକ ।

Related Articles

Back to top button