ନବରଙ୍ଗପୁରରେ ସାମ୍ବାଦିକଙ୍କୁ ପିଟିଲା ପୋଲିସ, ଭିଡିଓ ଭାଇରାଲ ପରେ ଘଟଣାର ତଦନ୍ତ ଦାବି

ନବରଙ୍ଗପୁର: ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାଡ଼। ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ନବରଙ୍ଗପୁରର ଘଟଣା ବୋଲି ଜଣାପଡିଛି। ତେବେ ପୋଲିସ ଅଧିକାରୀ ସାମ୍ବାଦିକଙ୍କୁ ଲାଠିରେ ପିଟୁଥିବା ବେଳେ ଏହା କେଉଁ ଦିନ ଘଟିଥିଲା ତାହାର ସୂଚନା ମିଳିପାରିନାହିଁ । ତେବେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏପରି ବ୍ୟବହାରକୁ ଚାରଆଡୁ ନିନ୍ଦା କରାଯାଇଛି।  ପାପଡାହାଣ୍ଡିର ଆଡସିନାଲ ଏସପି ଭିଡିଓରେ ସାମ୍ବାଦିକଙ୍କୁ ପିଟୁଥିବା ଦେଖାଯାଉଛି।

ଭିଡିଓରୁ ଜଣାପଡୁଛି ପୋଲିସ ଅଧିକାରୀ ନିଜ ଉପରୁ ଧର୍ଯ୍ୟ ହରାଇ ରାଗିଯାଇଛନ୍ତି । ଏହା ସହ ଖବର ସଂଗ୍ରହ କରିବାକୁ ଆସିଥିବା ସାମ୍ବାଦିକଙ୍କୁ ପିଟୁଛନ୍ତି। ମୋବାଇଲରେ ଏ ଦୃଶ୍ୟ ରେକର୍ଡିଂ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ପିଟିବାକୁ ବାଡି ଉଠାଉଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଏହି ଘଟଣାର ତଦନ୍ତ ଦାବି କରିଛି। ଯେଉଁ ପୋଲିସ ଏପରି କାର୍ଯ୍ୟ କରିଛନ୍ତି ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବା ପାଇଁ ଦାବି ହୋଇଛି।

Related Articles

Back to top button