ଆଜି ଜ୍ୟାକ୍‌ଲିନଙ୍କୁ ଦିଲ୍ଲୀ ପୁଲିସର ୮ ଘଣ୍ଟା ଜେରା, କାଲି ହାଜର ହେବେ ନୋରା

ନୂଆଦିଲ୍ଲୀ: ଠକ ଶୁକେଶର ୨୦୦ କୋଟି ଠକେଇ ମାମଲାରେ ଆଜି ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିଥିଲା ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା। ଦୀର୍ଘ ୮ ଘଣ୍ଟାକାଳ ପଚାରଉଚାରା କରିବା ପରେ ଆସନ୍ତା କାଲି ନୋରା ଫତେହୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଓଡବ୍ଲୁ। ଏନେଇ ଇଓଡବ୍ଲୁର ଏସ୍‌ପିଏଲ୍ କ୍ରାଇମ୍‌ର ରବୀନ୍ଦ୍ରର ଯାଦବ ସୂଚନା ଦେଇଛନ୍ତି।

ଆଜି ଦିନ ୧୧.୩୦ ଇଓଡବ୍ଲୁ ଅଫିସ୍‌ରେ ଆସି ପହଞ୍ଚିଥିଲେ ଜ୍ୟାକ୍‌ଲିନ। ସୁକେଶଙ୍କ ଠାରୁ ସେ ନେଇଥିବା ଉପହାର ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ଘଟଣାରେ ଜ୍ୟାକ୍‌ଲିନ ଓ ନୋରାଙ୍କର ସିଧାସଳଖ କୌଣସି ଲିଙ୍କ ନାହିଁ ବୋଲି ଅଫିସର ରବୀନ୍ଦ୍ର ଯାଦବ କହିଛନ୍ତି। ହେଲେ ପିଙ୍କି ଇରାନୀ ଓ ନୋରା ଫତେହୀଙ୍କୁ ଏ ବିଷୟରେ ପଚରାଉଚରା କରି ନିର୍ଦ୍ଦିଷ୍ଟ ବିଷୟରେ ସ୍ପଷ୍ଟୀକରଣ ଚାହୁଁଛୁ ବୋଲି ରବୀନ୍ଦ୍ର କହିଛନ୍ତି।  ଜ୍ୟାକ୍‌ଲୀନଙ୍କୁ ସୁକେଶ ସହ ଚିହ୍ନା କରାଇଥିବା ପିଙ୍କି ଇରାନୀ ଓ ଜ୍ୟାକ୍‌ଲୀନଙ୍କୁ ମଧ୍ୟ ପୁଣିଥରେ ଡକାଯିବ ବୋଲି ଶ୍ରୀ ଯାଦବ ସୂଚନା ଦେଇଛନ୍ତି।

ପୂର୍ବରୁ ଜ୍ୟାକଲିନଙ୍କୁ ଦୁଇଥର ସମନ କରାଯାଇଥିଲା। ଥରେ ଅଗଷ୍ଟ ୨୯ ରେ ଓ ଆଉଥରେ ସେପ୍ଟେମ୍ବର ୧୨ ତାରିଖରେ । ହେଲେ ଦୁଇଥର ଯାକ ଇଓଡବ୍ଲୁ ଅଫିସରେ ହାଜର ହୋଇପାରି ନଥିଲେ ଜ୍ୟାକିଲିନ। ତେବେ ତୃତୀୟ ଥର ପାଇଁ ଗତପରଦିନ ଜ୍ୟାକଲିନଙ୍କୁ ସମନ କରିବା ପରେ ଆଜି ଦିନ ୧୧ଟା ବେଳେ ଇଡି ଅଫିସ୍‌ରେ ପହଞ୍ଚିଥିଲେ ଅଭିନେତ୍ରୀ। ତାଙ୍କ ସହ ତାଙ୍କର ଓକିଲ ଟିମ୍‌ ବି ଅଫିସରେ ପହଞ୍ଚିଥିଲେ। ଏହାପରେ ଜ୍ୟାକଲିଙ୍କୁ ପାଖାପାଖି ୧୦୦ଟି ପ୍ରଶ୍ନ କରାଯାଇଥିଲା। ପ୍ରାୟ ଅନେକ ପ୍ରଶ୍ନର ତାଙ୍କର ଉପହାର ଗ୍ରହଣ କରିବାକୁ ନେଇ ଥିଲା।

Related Articles

Back to top button