ଗୋଟିଏ ଦିନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେ ପି ନଡ୍ଡା ଓ  ରାହୁଲ ଗାନ୍ଧୀ

ଗୋଟିଏ ଦିନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓ କଂଗ୍ରେସର ପୂର୍ବତନ ସଭାପତି  ରାହୁଲ ଗାନ୍ଧୀ। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରଠାରେ ନଡ୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କଟକ ସାଲେପୁରଠାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଏହି ଦୁଇ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସର ବଡ ନେତା ପ୍ରଥମ କରି ପ୍ରଚାର ଆରମ୍ଭ କରିବେ। ମଧୁବାବୁଙ୍କ ଜନ୍ମପୀଠରୁ ହିଁ ରାହୁଲ କଂଗ୍ରେସର ପ୍ରଚାର ଆରମ୍ଭ କରିବେ ବୋଲି ସ୍ଥିର ହୋଇଛି। ପିରସ୍ପର ବିରୋଧୀ ନେତାଙ୍କ ଗସ୍ତକୁ ନେଇ ଦୁଇ ଦଳର କର୍ମୀ ବେଶ ଉତ୍ସାହିତ ।  ୨୮ରେ ଜେପି ନଡ୍ଡା ଓଡ଼ିଶା ଆସି ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ।

Related Articles

Back to top button