ବିଜେଡିରୁ ବିଦାୟ ନେଇଥିବା ଜ୍ୟୋତି ପାଣିଗ୍ରାହୀ ବର୍ତ୍ତମାନ ପଦ୍ମ ଧରିଛନ୍ତି

ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା ଜ୍ୟୋତି ପାଣିଗ୍ରାହୀ ବର୍ତ୍ତମାନ ପଦ୍ମ ଧରିଛନ୍ତି । ପୂର୍ବତନ ମହିଳା କମିଶନ୍ ଅଧ୍ୟକ୍ଷା ଜ୍ୟୋତିଙ୍କ ସହ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ନିକଟରେ ଉଭୟ ଦମ୍ପତ୍ତି ବିଜୁ ଜନତା ଦଳରୁ ଇସ୍ତପା ପ୍ରଦାନ କରିଥିଲେ ।

Related Articles

Back to top button