କଣ୍ଟାବାଞ୍ଜି ଲଜରୁ ଜବତ ଟଙ୍କା ହେରଫେର ମାମଲା: ବଦଳିଲେ କଣ୍ଟାବାଞ୍ଜି ଏସଡିପିଓ

ଭୁବନେଶ୍ୱର: ବଦଳିଲେ କଣ୍ଟାବାଞ୍ଜି ଏସଡିପିଓ । କଣ୍ଟାବାଞ୍ଜି ଲଜରୁ ଜବତ ଟଙ୍କା ହେରଫେର ମାମଲାରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହାସହ ଏସଡିପିଓଙ୍କ ଦୁଇ ସ୍ଥାନୀୟ ବନ୍ଧୁ ଓ ୨ ଦାଦନ ସର୍ଦ୍ଦାରଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

ସୂଚାନମୂତାବକ ଗତକାଲି କଣ୍ଟାବାଞ୍ଜିରେ ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି ବଲାଙ୍ଗିର ଏସପି ନୀତିନ କୁଶଲକର । ଏସପିଙ୍କ ସ୍କାନରେ କଣ୍ଟାବାଞ୍ଜି ଏସଡିପିଓ ହୃଶିକେଶ ମେହେର । କୌଣସି ଅପରାଧଜନିତ ଘଟଣାର ତଦନ୍ତ କିମ୍ବା ହସ୍ତକ୍ଷେପ ନକରିବାକୁ ଏସଡିପିଓଙ୍କୁ ଏସପି କଡା ନିର୍ଦ୍ଦେଶ ଦେଇଥିବା ସୂଚନା । ତେବେ ଲଜରୁ ଜବତ ଟଙ୍କା ଲୁଚାଇ, ଇଟାଭାଟି ମାଲିକଙ୍କୁ ଜୁଆଡି ବୋଲି ଦର୍ଶାଯାଇଥିଲା । ଏନେଇ ଏସ୍ପିଙ୍କ ସ୍କାନରେ ଥିଲେ ଏସଡିପିଓ ହୃଶିକେଶ ମେହେର ।

Related Articles

Back to top button