ଭାରତୀୟ ଦଳରେ ଶାମିଙ୍କ ସ୍ଥାନରେ ଉମେଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଲାଗି ଭାରତୀୟ କ୍ରିକେଟ ଦଳରେ ଭେଟେରାନ ସିମର ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। କୋଭିଡ ଟେଷ୍ଟରେ ପଜିଟିଭ ଆସିବାରୁ ଶାମି ମଙ୍ଗଳବାର ଆରମ୍ଭ ହେବାକୁଥିବା ଏହି ସିରିଜ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ଶନିବାର ରାତିରେ ସ୍ପଷ୍ଟ ହୋଇଥିଲା। ସିନିୟର ସିଲେକ୍ସନ କମିଟି ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ଦେଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି। ବୋର୍ଡ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ପେସ୍‌ ବୋଲର ନବଦୀପ ସଇନି ଭାରତ ଏ’ ଓ ନ୍ୟୁଜିଲାଣ୍ଡ ଏ’ ମଧ୍ୟରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଉପଲବ୍ଧ ହେବେ ନାହିଁ। ଉତ୍ତରାଞ୍ଚଳ ବନାମ ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ସେମିଫାଇନାଲର ପ୍ରଥମ ଦିବସରେ ତାଙ୍କ ଡାହାଣ ଜଂଘରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ରିଶି ଧାଓ୍ବନଙ୍କୁ ଭାରତ ଏ’ ଦଳରେ ସାମିଲ କରାଯାଇଛି।

Related Articles

Back to top button