କଟକ ତାଳଦଣ୍ତା କେନାଲରେ ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ ଚାଲିବ କାଶ୍ମୀରର ‘ସିକାରା’

କଟକ: ତାଳଦଣ୍ତା କେନାଲରେ ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ। ଭାତରରେ ପ୍ରଥମଥର ପାଇଁ ବିଦ୍ୟୁତ୍‌ଚାଳିତ ପେଡାଲ୍‌ ବୋଟ୍‌, ଡୋନଟ୍‌ ବୋଟ୍‌, ଜର୍ବି˚ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକେଲ, କାୟାକି˚ ଓ କାନୋଇ˚କୁ ପର୍ଯ୍ୟଟକମାନେ ତାଳଦଣ୍ତାରେ ଚଲାଇବାର ସୁଯୋଗ ପାଇବେ। ଏଗୁଡ଼ିକ ସହିତ କାଶ୍ମୀର ଡାଲ୍‌ ଲେକ୍‌ରେ ଚଲାଯାଉଥିବା ‘ସିକାରା’ ବୋଟ୍‌ ମଧ୍ୟ ତାଳଦଣ୍ତାରେ ଚଲାଯିବ। ଏହି ବୋଟ୍‌ ଉପରେ ଗଦି, ଝୁମର୍‌, ଏଲ୍‌ଇଡି ଲାଇଟ୍‌, ପରଦା ଇତ୍ୟାଦି ରହିବ। ସେହିପରି ଡୋନଟ୍‌ ବୋଟ୍‌ରେ ୮ଜଣ ବସିବା କ୍ଷମତା ରହୁଥିଲାବେଳେ ଖାଦ୍ୟ ଓ ପାନୀୟ ସୁବିଧା ଉପଲବ୍ଧ ହେବ। ଏଥିସହ ସୋଲାର ପାଵାରରେ ପରିଚାଳିତ ହେଉଥିବା ଲାଇଟ୍‌ ସ୍ପିଡ୍‌ବୋଟ୍‌ର ମଜା ମଧ୍ୟ ମିଳିପାରିବ। ପ୍ରଦୂଷଣ ମୁକ୍ତ ପର୍ଯ୍ୟଟନ ପାଇଁ ବିଭାଗୀୟ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ସରିଛି। କେବଳ ବୋଟି˚ ନୁହେଁ, ଫୁଡ୍‌ ଟ୍ରାକ, ପାର୍କ ଇତ୍ୟାଦିର ସୁବିଧା ମଧ୍ୟ ରହିବ। ଏବେ ତାଳଦଣ୍ତା କେନାଲର ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ଚଳିତମାସ ୧୫ ତାରିଖ ବେଳକୁ ମହାନଦୀ ପାଣି ଛଡ଼ାଯିବା ସମ୍ଭାବନା ରହିଛି। ତେଣୁ ଏହା ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖିଲେ ଜୁଲାଇ ଶେଷ ସୁଦ୍ଧା ବୋଟି˚ ଆରମ୍ଭ କରାଯାଇପାରିବ ବୋଲି ଦାୟିତ୍ବ ନେଇଥିବା ଘରୋଇ ସ˚ସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। କେନାଲରେ ପ୍ରାଥମିକ ଯର୍ପ୍ୟାୟରେ ଜିଓ ସିନ୍ଥେଟିକ୍‌ ଵାଲ୍‌ ଲଗାଯାଇସାରିଛି। ତେଣୁ ପାଣି ଆସିବା ପରେ ବୋଟି˚ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି। କେନାଲ୍‌ରେ ଜଳକ୍ରୀଡ଼ାକୁ ପରିବେଶ ସହିତ ଯୋଡ଼ାଯିବାକୁ ଆୟୋଜକ ସ˚ସ୍ଥା ସ୍ଥିର କରିଛି।

Related Articles

Back to top button