ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ

ଜମ୍ମୁ: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ଫଳରେ ଦକ୍ଷିଣ କଶ୍ମୀରରେ ହିମାଳୟରେ ୩୮୮୦ ମିଟର ଉଚ୍ଚରେ ଥିବା ବ୍ୟାସ କ୍ୟାମ୍ପରୁ ଆଉ କୌଣସି ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା। ମୂଷଳଧାରାରେ ବର୍ଷା ଆସିବାରୁ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି।  କଶ୍ମୀରରେ ଥିବା ଦୁଇଟି ବ୍ୟାସ କ୍ୟାମ୍ପରୁ  ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ତେଣୁ କୌଣସି ନୂଆ ବ୍ୟାଚକୁ ଅମରନାଥ ଯିବାକୁ ଅନୁମତି ଦିଆଯାଇ ନାହିଁ। ଗତ ଜୁନ୍‌ ୩୦ରୁ ବାର୍ଷିକ ୪୩ ଦିନିଆ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିଥିଲା।

ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି। ଏଠାରେ ବରଫାଆକୃତିର ଶିବଲିଙ୍ଗ ରହିଛି। ଫଳରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଅମରନାଥ ଯିବା ପାଇଁ ଦୁଇଟି ବ୍ୟାସ କ୍ୟମ୍ପରୁ ଅନୁମତି ନେଇ ଯିବାକୁ ପଡ଼େ। ଜୁନ୍‌ ୨୯ ପରଠାରୁ ପ୍ରାୟ ୧୦ଟି ବ୍ୟାଚର  ୬୯,୫୩୫ ଶ୍ରଦ୍ଧାଳୁ  ଜମ୍ମୁଭେଲିରେ ଥିବା ଭଗବତୀନଗର ବ୍ୟାସକ୍ୟମ୍ପରୁ ଅନୁମତି ପାଇ ଯାତ୍ରା କରିଥିବା ରେକର୍ଡ଼ରୁ ଜଣାପଡ଼ିଛି।

ପ୍ରଥମ ବ୍ୟାଚ ଯାତ୍ରା ପାଇଁ  ଜମ୍ମୁର ଲେଫ୍ଟନାଣ୍ଟ ଗଭର୍ଣ୍ଣନର ମନୋଜ ସିହ୍ନା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।  ଏହି ଯାତ୍ରା ଅଗଷ୍ଟ ୧୧ରେ ସିବାର ଥିଲା। ହେଲେ ତା ପୂର୍ବରୁ ଶୁକ୍ରବାର ଆସିଥିବା ଭୟଙ୍କର ବିପତ୍ତି ଛାତରେ ଛନକା ସୃଷ୍ଟି କରିଛି।

Related Articles

Back to top button