କାଠଯୋଡ଼ି ବ୍ରିଜରୁ ୧୫ ଫୁଟ୍ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍

କଟକ : କାଠଯୋଡ଼ି ବ୍ରିଜରୁ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍ । ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ୍ ତଳକୁ ଖସିଥିବା ସୂଚନା । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି । ଟ୍ରକରୁ ମାଛ ଖାଲି କରିବା ପରେ ଉପରକୁ ଉଠାଯିବ ଟ୍ରକ ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକଟି ମାଛ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଏପିରିକି ଟ୍ରକଟି କାଠଯୋଡ଼ି ବ୍ରିଜ୍‌ ତଳକୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା ମାଛ ଗୁଡିକ ବାହାରକୁ ଛିଟିକି ପଡିଥିବାର ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି । ତେବେ ଏତେ ବଡ଼ ଅଘଟଣରେ କାହାର କୌଣସି କ୍ଷତି ହୋଇଥିବା ଜଣାପଡିଛି ।

Related Articles

Back to top button