କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ବଦଳିଲେ ସିଡିଏମ୍‌ଓ

କେନ୍ଦୁଝର: କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେବେ କିଶୋରଚନ୍ଦ୍ର ପୃଷ୍ଟି।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଳିତ ମାସର ପ୍ରଥମ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ସିଡିଏମ୍‌ଓ ସୁଜାତାରାଣୀ ମିଶ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସ୍‌ଏନ୍‌ସିୟୁରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ କେବଳ ୨୪ ଘଣ୍ଟାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଡାକ୍ତରଖାନା ପକ୍ଷରୁ ଏହି ସଂଖ୍ୟା ୪ ବୋଲି କୁହାଯାଇଥିଲା। ତେବେ ଚିକିତ୍ସାରେ ଡାକ୍ତରଙ୍କ ଅବହେଳା କଥାକୁ ସ୍ୱୀକାର କରାଯାଇ ନଥିଲା।

Related Articles

Back to top button