ସ୍କୁଲରୁ ମଧ୍ୟାହ୍ନ ଭୋଜନ ଅଣ୍ଡା ଚୋରି କରି ଧରା ପଡିଲେ ଶିକ୍ଷୟିତ୍ରୀ

ନୟାଗାଡ: ଅଣ୍ଡା ଚୋରି କରି ହଟହଟା ହେଲେ ଶିକ୍ଷୟିତ୍ରୀ । ସ୍କୁଲରୁ ଅଣ୍ଡା ଚୋରି କରି ଘରକୁ ନେଉଥିବାବେଳେ, ଧରା ପଡିଲେ ଶିକ୍ଷୟିତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସହ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ପାଇଁ ରାଜ୍ୟ ସରକାର ମାଗଣା ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଥିବାବେଳେ, ଏଠାରେ କିନ୍ତୁ ତାହାର ଫାଇଦା ଉଠାଉଛନ୍ତି ଶିକ୍ଷୟିତ୍ରୀ ।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଦିଦିଙ୍କୁ ବଦଳି କରିବା ପାଇଁ ଦାବି କରିଛନ୍ତି ଅଭିଭାବକ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ଏପରି କରିଥିବା ଅଭିଯୋଗ ହେଇଛି । ଛାତ୍ରଛାତ୍ରୀଙ୍କ ଖାଦ୍ୟରୁ ଶିକ୍ଷୟିତ୍ରୀଜଣଙ୍କ ପ୍ରତ୍ୟେକ ଦିନ ସ୍କୁଲରେ ମଧ୍ୟାହ୍ନ ଭୋଜନ କରିବା ସହ ଅଣ୍ଡା ଖାଇଥାନ୍ତି । ପ୍ରତିଦିନ ଏପରି କରୁଥିବାବେଳେ ବୁଧବାର କିନ୍ତୁ ଧରା ପଡିଯାଇଥିଲେ ଶିକ୍ଷୟତ୍ରୀ ଜଣଙ୍କ ।

ଏକ ବ୍ୟାଗରେ ଘରୁ ଆଣିଥିବା ଟିଫିନରେ ଭାତ ସହ ଅଣ୍ଡା ଲୁଚାଇ ରଖିଥିଲେ । ଏହାଦେଖି ଛାତ୍ରଛାତ୍ରୀ ପରିବାର ଲୋକଙ୍କୁ ଜଣାଇବା ପରେ ସ୍କୁଲରେ ଅଭିଭାବକ ପହଞ୍ଚି ଶିକ୍ଷୟିତ୍ରୀଙ୍କ ବ୍ୟାଗ ତଦାରଖ କରିଥିଲେ । ଏହି ସମୟରେ ବ୍ୟାଗରୁ ଭାତ ଓ ଅଣ୍ଡା ବାହାରିଥିଲା । ଏନେଇ ଖବର ପାଇ ଚାନ୍ଦପୁର ପୋଲିସ ଓ ରଣପୁର BEO ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଶିକ୍ଷୟିତ୍ରୀ ସତ ମାନିଥିଲେ

Related Articles

Back to top button