ଗଞ୍ଜାମ ଡିଆର୍‌ଡିଏ ନିର୍ଦ୍ଦେଶକ ହେଲେ କୀର୍ତ୍ତି ୱାସନ

ରୋଲ୍ ମଡେଲ୍ ଗଞ୍ଜାମ ଜିଲ୍ଲା ପୂର୍ବ ବର୍ଷ ଭଳି ସୁନାମ ବଜାୟ ରଖିବା ପାଇଁ ପ୍ରଥମ ଲକ୍ଷ୍ୟ

ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ୱି.କୀର୍ତ୍ତି ୱାସନ୍ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୮ ବ୍ୟାଚ୍‌ର ଆଇଏଏସ୍ ଅଫିସ ଅଟନ୍ତି । ୱାସନ୍ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ବ୍ରହ୍ମପୁର ଉପ-ଜିଲାପାଳ ଭାବେ ନିଯୁକ୍ତି ପାଇଥିଲେ ।

ଦାୟିତ୍ୱ ଗ୍ରହଣ ଅବସରରେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷାତକାରରେ ସେ କହିଛନ୍ତି, ମନରେଗା, ମିଶନ ଶକ୍ତି ଓ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ଜାରି ରଖିବା ଲାଗି ଉଦ୍ୟମ କରିବେ । ରୋଲ୍ ମଡେଲ୍ ଗଞ୍ଜାମ ଜିଲ୍ଲା ପୂର୍ବ ବର୍ଷ ଭଳି ଯେଉଁ ସୁନାମ ବଜାୟ ରଖି ପୁରସ୍କାର ଗ୍ରହଣ କରି ଆସିଛି ତାହା ଜାରି ରଖିବା ପାଇଁ ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

ଡିଆରଡିଏ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନୂତନ ପିଡି ୱାସନ୍‌ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସୂଚନାଥାଉକି, ପୂର୍ବରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଆସୁଥିବା ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ବାଲେଶ୍ୱର ଜିଲାପାଳ ଭାବେ ବଦଳି ହୋଇଯାଇଛି ।

Related Articles

Back to top button