ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍
ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍ । କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା । ଭିଡ଼ିଓ କନଫରେନ୍ସିଂରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସ ଦ୍ୱାରା ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ ସଂଯୋଗ, ସୁଲଭ ମୂଲ୍ୟରେ ଯାତ୍ରା କରିପାରୁଛନ୍ତି ଲୋକେ । କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ଯୋଜନାର ଶଭୁରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ପ୍ରଥମ ପର୍ୟ୍ୟାୟରେ ୧୪ଟି ବ୍ଲକରେ ୨୮ଟି ବସର ଶଭୁରାମ୍ଭ ହୋଇଛି ।