ଦାରିଙ୍ଗବାଡ଼ି ବ୍ଲକ ନିକଟ ଗାଜଲବାଡ଼ି ଘାଟିରେ ଭୂସ୍ଖଳନ

ବାଲିଗୁଡ଼ା: ଲଘୁଚାପଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଛି । ଫଳରେ ଦାରିଙ୍ଗବାଡ଼ିରୁ ସୋରଡ଼ା, ଆସ୍କା ଓ ବ୍ରହ୍ମପୁରକୁ ଭାରିଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉକ୍ତ ରାସ୍ତାଦେଇ କେବଳ ୨ ଚକିଆ ଯାନକୁ ହିଁ ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ଯିବାକୁ ଅନୁମତି ଦିଆଯାଉଛି । ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ଦାରିଙ୍ଗବାଡ଼ିସ୍ଥିତ ଡବେରିଠାରେ ଚେକ ପୋଷ୍ଟ କରାଯାଇ ଭାରିଯାନକୁ ଏହି ରାସ୍ତାରେ ଯିବାକୁ ଅନୁମତି ଦିଆଯାଉ ନାହିଁ । ଦାରିଙ୍ଗବାଡ଼ି ଥାନାଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱକ୍ରମେ ପୁଲିସ ଫୋର୍ସ ଉକ୍ତ ଚେକପୋଷ୍ଟରେ ଜଗି ରହିଛନ୍ତି । ଏପରି ସୋରଡ଼ା ପୁଲିସ ପକ୍ଷରୁ ମଧ୍ୟ ଭାରିଯାନ ସୋରୋଡ଼ାରୁ ଦାରିଙ୍ଗବାଡ଼ିକୁ ଛଡ଼ା ଯାଉନାହିଁ । ଏଣୁ ସମସ୍ତ ଗାଡ଼ି ଭଞ୍ଜନଗର, କଳିଙ୍ଗା ଓ ଉଦୟଗିରି ଦେଇ ଯାତାୟାତ କରିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related Articles

Back to top button