ରାୟଗଡ଼ା କେଉଟଗୁଡ଼ା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା: ରାୟଗଡ଼ା କେଉଟଗୁଡ଼ା ଷ୍ଟେସନ ନିକଟରେ ଭୁସ୍ଖଳନ । କୋରାପୁଟ-ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ । ଯାହାଫଳରେ ଅନେକ ଯାତ୍ରା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, କୋରାପୁଟ – ରାୟଗଡ଼ା ରେଳପଥର ୩୪ ନମ୍ବର ଟନେଲ ନିକଟରେ ଭୁସ୍ଖଳନ ଘଟିଛି । ଯାହାଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାହାଡ଼ ଉପରୁ ବିରାଟକାୟ ଗଛ ଓ ମାଟି ଅତଡା ଖସିବା ଯୋଗୁଁ ଏହିଭଳି ଘଟିଥିବା ଜଣାପଡିଛି। ଜଗଦଲପୁର – ହାଓ୍ୱଡା ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ସିକରପାଇ ଷ୍ଟେସନ ନିକଟରେ ଅଟକିଛି। ଟନେଲ ନିକଟରେ ଭୁସ୍ଖଳନ ଘଟିବା ଯୋଗୁଁ ସମସ୍ତ ଟ୍ରେନ ଅଟକାଯାଇଛି । କୋରାପୁଟ – ରାୟଗଡ଼ା ରେଳ ଚଳାଚଳ ବନ୍ଦ ରହିଛି।

Related Articles

Back to top button