ରାଇମୋହନ ପରିଡ଼ା ଆତ୍ମହତ୍ୟା ପୂର୍ବରୁ ମୋବାଇଲ୍‌ ମେସେଜରେ ଲେଖିଥିଲେ ‘ବାଏ’

ଭୁବନେଶ୍ୱର:  ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା ପୂର୍ବରୁ ଜୀବନର ଶେଷ ମେସେଜ୍‌ ଦେଇଥିଲେ! ଦୁଇ ଝିଅ ଓ ପତ୍ନୀଙ୍କ ନାଁ ନେଇ ମୋବାଇଲ୍‌ରେ ମେସେଜ୍‌ ଦେଇଥିଲେ। ମୋବାଇଲ୍‌ ମେସେଜରେ ସେ ‘ବାଏ’ ଲେଖିଥିଲେ। ମୋବାଇଲ୍‌ ମେସେଜ୍‌ ନେଇ ମଞ୍ଚେଶ୍ୱର ଥାନା ପୁଲିସ୍‌ ସୂଚନା ଦେଇଛି।

ଓଲିଉଡ୍‌ ଓ ଯଲିଉଡ୍‌ରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ରାଇମୋହନ ପରିଡ଼ା। ତାଙ୍କ ନାଁରେ ଚାଲୁଥିଲା ଫିଲ୍ମ ଓ ଯାତ୍ରା। ସବୁବେଳେ କଳାପ୍ରେମୀ ଚାହିଁଥାଆନ୍ତି ତାଙ୍କ ମୁହଁରୁ ଡାଏଲଗ୍‌ ଶୁଣିବା ପାଇଁ। ହେଲେ ଆଜିଠାରୁ ସେ ସୁଯୋଗ ମିଳିବ ନାହିଁ। କାରଣ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ରାଇମୋହନ। ଓଲିଉଡର ଏହି ବରିଷ୍ଠ ଅଭିନେତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଉଦ୍ଧାର କରାଯାଇଛି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରାଇମୋହନଙ୍କ ମୃତ୍ୟୁରେ ଓଲିଉଡ୍‌ ଓ ଯଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି।

Related Articles

Back to top button