ଚାରି ଦିନିଆ ଅଭ୍ୟାସ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସ ୨୪୬/୮ରେ କରିଛି ଘୋଷଣା

ଲିସେଷ୍ଟସାୟର ବିପକ୍ଷରେ ଖେଳାଯାଉଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସ ୨୪୬/୮ରେ  ଘୋଷଣା କରିଛି। ଭାରତ ପକ୍ଷରୁ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଶ୍ରୀକର ଭରତ ସର୍ବାଧିକ ୭୦ ରନ କରି ଅପରାଜିତ ଥିଲେ। ଏକଦା ଭାରତର ସ୍କୋର ୬ /୧୩୮ ଥିଲା। ତେବେ ଭରତ  ଅର୍ଧଶତକୀୟ ଇନିଂସ ଖେଳି ଭାରତର ଇନିଂସକୁ ସମ୍ମାନଜନକ  ସ୍କୋରରେ ପହଞ୍ଚାଇଥିଲେ। ଜବାବରେ  ଲିସେଷ୍ଟାୟର ପ୍ରଥମ ଇନିଂସରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ୨ ଓ୍ଵିକେଟ୍ ନେଇ ଭାରତରୁ ଆରମ୍ଭରୁ ସଫଳତା ଦେଇଛନ୍ତି। ମହମ୍ମଦ ସିରାଜ ମଧ୍ୟ ଦୁଇଟି ସଫଳତା ହାସଲ କରିଛନ୍ତି।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା, ଶୁଭମାନ ଗିଲ, ରବୀନ୍ଦ୍ର ଜାଡେଜା ଏବଂ ଶ୍ରେୟସ ଆୟର ଭଲ ପ୍ରଦର୍ଶନ କରି ପାରିନଥିଲେ। ଅନ୍ୟପଟେ ଲିସେଷ୍ଟାୟର ତରଫରୁ ଖେଳୁଥିବା ଚେତେଶ୍ଵର ପୂଜାରା ନିଜର କାଉଣ୍ଟି ଫର୍ମକୁ ବଜାୟ ରଖି ପାରିନଥିଲେ। ସେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଦଳକୁ ତାଙ୍କଠୁ ବହୁତ ଆଶା ରହିଥିଲା। କାରଣ ସେ କାଉଣ୍ଟିରେ ଖୁବ୍ ରନ କରିଥିଲେ ଏବଂ ଏହି ଦମରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଭାରତୀୟ ଦଳରୁ ବାଦ୍ ପଡିବା ପରେ ପୂଜାରା କାଉଣ୍ଟି କ୍ରିକେଟରେ ୧୨୦ ହାରରେ ୫ ମ୍ୟାଚରେ ୭୨୦ ରନ କରିଥିଲେ। ଏଥିରେ ଦୁଇଟି ଦ୍ଵିଶତକ ସହିତ ଚାରି ଶତକ ସାମିଲ। ଅନ୍ୟପଟ ରଣଜୀ ଟ୍ରଫିରେ ସେ ମୁମ୍ବାଇ ବିଫକ୍ଷରେ ୮୩ ବଲରେ ୯୧ ରନର ଇନିଂସ ଖେଳିଥିଲେ। ତେବେ ଭାରତ ପ୍ରଥମ ଇନିଂସରେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲା। ଶ୍ରୀକର ଭରତଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ନିରାଶ ଜନକ ପ୍ରଦର୍ଶନ କରିଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲ ଆରମ୍ଭ କରିଥିଲେ ହେଁ ୩୩ ରନ କରି ପାଭିଲିୟନ ଫେରିଥିଲେ।

Related Articles

Back to top button