‘ପାରଳାର ଲଲାମ-ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଉପରାଷ୍ଟ୍ରପତିଙ୍କ ଚିଠି

ଗଜପତି: ଉପରାଷ୍ଟ୍ରପତିଙ୍କ ଏକ ଚିଠି ଆଧାରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ (Ministry of Culture) ଭାରତୀୟ ଇତିହାସ ଗବେଷଣା ପରିଷଦକୁ (Indian Council of Historical Research) ପାରଳାଖେମୁଣ୍ଡିରେ ହୋଇଥିବା ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଉପରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡିଶା ସରକାରଙ୍କୁ ଚିଠି ଆସିଥିଲା । ଯାହା ଉପରେ ରାଜ୍ୟ ସଂସ୍କୃତି ବିଭାଗରେ ବିଚାର ବିମର୍ଷ ଚାଲିଥିବା କୁହାଯାଉଛି ।

ବିଶିଷ୍ଟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ଲିଖିତ ‘ପାରଳାର ଲଲାମ-ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକରେ ପାରଳାରେ ହୋଇଥିବା ପ୍ରଜାମେଳି ହିଁ ଭାରତରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରାଯାଇଛି । ଏଥିରେ ଲେଖାଯାଇଛି ଯେ, ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ପ୍ରଥମେ 1767ରେ ଇଂରେଜମାନଙ୍କୁ ଗଞ୍ଜାମ ସୀମାରେ ପ୍ରତିରୋଧ କରିଥିଲେ । ଯାହା ତାଙ୍କ ଦାୟାଦ, ବିଷାୟୀ, ଦୋରା, ଶବର ତଥା ପ୍ରଜାମାନେ 1834 ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ 67 ବର୍ଷ ଯାଏଁ ଚଳାଇ ରଖିଥିଲେ ।

Related Articles

Back to top button