ରୁଷିଆରୁ ଗହମ କିଣିବା ପାଇଁ ପାକିସ୍ତାନ ଆଗ୍ରହୀ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରୁଷିଆରୁ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ରୁଷିଆରୁ ଗହମ କିଣି ପାରିବ। ଦେଶରେ ବନ୍ୟା ଯୋଗୁ କୃଷିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏହି କାରଣରୁ ପାକିସ୍ତାନ ରୁଷିଆରୁ ଗହମ କିଣିବା ପାଇଁ ଆଗ୍ରହୀ। ଭୟଙ୍କର ବନ୍ୟା ପାକିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି।  ବନ୍ୟା ଯୋଗୁ ଶହ ଶହ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି।

ପାକିସ୍ତାନରେ ବନ୍ୟା ହେତୁ ଏକ ତୃତୀୟାଂଶ ଜମି ଜଳମଗ୍ନ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ କୃଷି ଜମି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଫସଲ ନଷ୍ଟ ହୋଇଯାଇଛି। ପାକିସ୍ତାନର ପ୍ରାୟ ୩୩ ଲକ୍ଷ ଲୋକଙ୍କ ସାମ୍ନାରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହାକୁ ଏଡ଼ାଇବା ପାଇଁ ପାକିସ୍ତାନକୁ ପ୍ରାୟ ଏକ ମିଲିୟନ ଟନ୍‌ ଗହମ ଆମଦାନୀ କରିବାକୁ ପଡ଼ିପାରେ। ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ରଷିଆରୁ ଗହମ ଆମଦାନୀ କରିପାରିବୁ। କିନ୍ତୁ ଆମେ ଅନ୍ୟ ପ୍ରସ୍ତାବକୁ ଅପେକ୍ଷା କରିଛୁ। ଦେଶ ମଧ୍ୟ ସାର ଆବଶ୍ୟକ କରେ କାରଣ କାରଖାନା ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ଉତ୍ପାଦନ ହେଉନାହିଁ।

Related Articles

Back to top button