କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା

ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହ ମଧ୍ୟରେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । କିଛି ସ୍ଥାନରେ ପବନ ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି । ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବର ସହ ରାୟଗଡା, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ, ନୟାଗଡ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ମଧ୍ୟାହ୍ନ ସାଢେ ୨ଟା ସୁଦ୍ଧା ପ୍ରଚଣ୍ଡ ରୌଦ୍ରତାପ ଦେଖିବାକୁ ମିଳିଥିଲା । ଏହି ସମୟରେ ରାଜଧାନୀ ଭୁବନେଶ୍ବର ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଉତପ୍ତ ସହର ପାଲଟିଥିଲା । ସେହିଭଳି ଝାରସୁଗୁଡାରେ ୪୨.୯ ଡିଗ୍ରୀ, ଚାନ୍ଦବାଲିରେ ୪୨.୨ ଡିଗ୍ରୀ, ବାଲେଶ୍ବରରେ ୪୨.୧, ରାଉରକେଲା ୪୦.୮, ସମ୍ବଲପୁର ୪୦.୧, ହୀରାକୁଦରେ ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ତେବେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ କାଳବୈଶାଖୀ ସାମାନ୍ୟ ଆଶ୍ବସ୍ତି ଦେଇପାରେ ।

Related Articles

Back to top button