ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା। ଝାରସୁଗୁଡ଼ା ବିମାନବନ୍ଦରରେ ଅପରାହ୍ଣ ସାଢ଼େ ୩ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପହଞ୍ଚିବା ପରେ ସୋନପୁର ଯାଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ। ଏହାସହ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଝାରସୁଗୁଡ଼ା ଜିଲ୍ଲାର ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ପ୍ରଚାର ଏବଂ ସଭା କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି। ଏପରିକି ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ସମସ୍ତ ସ୍ଥାନକୁ ସଠିକ ଭାବେ ପରିଦର୍ଶନ କରୁଛନ୍ତି। ତେବେ ଶାହ ସୋନପୁରରେ ସମସ୍ତ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତେବେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଭିନ୍ନ ଘଟଣାକୁ ନେଇ ବୈଠକ ମଧ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି।

Related Articles

Back to top button