ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି ।

ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବନି ତାତି । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ସୁନ୍ଦରଗଡ , କେନ୍ଦୁଝର , ମୟୁରଭଂଜ , ବାଲେଶ୍ୱର , ଭଦ୍ରକ , ଢେଙ୍କାନାଳର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ସକାଳେ ରାଜଧାନୀ ସମେତ ବିଭିନ୍ନ ସ୍ଥନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୭ ଓ ୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଆସନ୍ତା ୭ ତାରିଖରେ ଝାରସୁଗୁଡା , ସୁନ୍ଦରଗଡ , କେନ୍ଦୁଝର , ମୟୁରଭଂଜ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୮ ତାରିଖ ବେଳକୁ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା , କେନ୍ଦୁଝର , ଜଗତସିଂପୁରରେ ବର୍ଷା ହେବା ନେଇ ସୂଚନା ମିଳିଛି । ତେବେ କିଛି ଦିନ ତଳେ ରାଜ୍ୟରେ ୬ ଟି ସହରରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ ।

Related Articles

Back to top button