ରାଜ୍ୟରେ ବୃଦ୍ଧି ପାଉଛି ମୁଣ୍ଡପିଛା ଋଣ, ୧୦ ବର୍ଷରେ ବଢ଼ିିଛି ୩୭୫ ପ୍ରତିଶତ

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ଆଜି ବିଧାନସଭାରେ ଏ ସମ୍ପର୍କିତ ଏକ ମୁଲତବୀ ପ୍ରସ୍ତାବ ଆଗତ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଏହି ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ କହିଛନ୍ତି ଯେ ସରକାର ଋଣ କରି ଘିଅ ଖାଉଛନ୍ତି। ଋଣ ଭାରରେ ବୁଡିଛି ଓଡ଼ିଶା ।

ଚଳିତ ବର୍ଷ ରାଜ୍ୟର ଋଣ ଭାର ୧ ଲକ୍ଷ ୨୧ ହଜାର କୋଟି ଟଙ୍କା ଟପିଲାଣି । ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି। ବିଜେଡି ସରକାର ଆସିବା ପୂର୍ବରୁ ମୁଣ୍ଡ ପିଛା ଋଣ ପ୍ରାୟ ୫ ହଜାର ଟଙ୍କା ଥିଲା, ଏବେ ୨୩ ହଜାରକୁ ଛୁଇଁଲାଣି । ରାଜ୍ୟର ଋଣ ଭାର ୬ହଜାର ୯୦୨ କୋଟି ଟଙ୍କା ଥିଲା। ଏବେ ୧ ଲକ୍ଷ ୧୨ ହଜାର ହେଲାଣି। ଆଗାମୀ ବର୍ଷରେ ୧ ଲକ୍ଷ ୨୩ ହଜାର ହେବ ବୋଲି କୁହାଯାଉଛି। ଆଗାମୀ ଦିନରେ ରାଜସ୍ବ ସଂଗ୍ରହ ୧ଲକ୍ଷ ନ ଛୁଇଁଲେ ୨୦୨୫ ଆଡ଼କୁ ୧ଲକ୍ଷ ୮୭ ହଜାର କୋଟି ଟଙ୍କା ଋଣର ପରିମାଣ ଛୁଇଁବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଗତ ୧୦ ବର୍ଷରେ ଋଣଭାର ୩୭୫ ପ୍ରତିଶତ ବଢିଛି। ସରକାର ଖୋଲା ବଜାରରୁ ଋଣ ଉଠାଉଛନ୍ତି। ଗାଁ କୁ ରାସ୍ତା ନାହିଁ, ପାନୀୟ ଜଳ ନାହିଁ। ୨୨ ବର୍ଷ ଶାସନ କାଳରେ କଳ କାରଖାନା ବନ୍ଦ କଲେ ରାଜ୍ୟ ସରକାର। ଯୁବକ ଯୁବତୀ ବେକାର। ବର୍ତ୍ତମାନ ୨ ଲକ୍ଷ କୋଟି ଟଙ୍କା ବଜେଟ ହେଲାଣି । କିନ୍ତୁ ରାଜ୍ୟ ସରକାର ଋଣ କରି କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଏ ସଂକ୍ରାନ୍ତରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଏପଟେ ବିରୋଧୀଙ୍କୁ କଡା ଜବାବ ଦେଇ ବିଜେଡି ବିଧାୟକ ଶଶୀ ବେହେରା କହିଛନ୍ତି ଋଣଭାର ଏଫ୍ ଆର ବି ଏମ୍ ଆକ୍ଟ ଅନୁସାରେ ବହୁତ୍ କମ ରହିଛି। ଓଡ଼ିଶାର ସ୍ଥିତି ଦୃଷ୍ଟିରୁ ଦୀର୍ଘ ଦିନ ହେବ ସ୍ଵତନ୍ତ୍ର ପାହ୍ୟା ଦାବି କରାଯାଉଛି। ତେବେ କାହିଁକି କେନ୍ଦ୍ର ସରକାର ବିଚାର କରୁନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଶଶି ଭୂଷଣ ବେହେରା ।

ମୂଲତବୀ ପ୍ରସ୍ତାଵ ଉପରେ ଅର୍ଥମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି । ଋଣ ଭାରରେ ବୁଡି ନାହିଁ ରାଜ୍ୟ । 2005 ପରଠାରୁ ବଳକା ରାଜସ୍ବ ସ୍ଥିତାବସ୍ତା ବଜାୟ ରଖିଛୁ । ୨୦୨୨ ମାର୍ଚ୍ଚ ସୁଦ୍ଧା ୩୧ ସୁଦ୍ଧା ମୁଣ୍ଡ ପିଛା ଋଣ ୨୨୦୪୨ ଟଙ୍କା ରହିଛି । ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କା ରହିଛି । ମୁଣ୍ଡପିଛା ଋଣରେ ଓଡିଶା ନିମ୍ନ ଆଡୁ ଦ୍ଵିତୀୟ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ।

Related Articles

Back to top button