ଜମି ବିବାଦକୁ ନେଇ ଶ୍ରୀ ଲିଙ୍ଗରାଜଙ୍କ ନୀତି ବନ୍ଦ।

ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ଶ୍ରୀ ଲିଙ୍ଗରାଜଙ୍କ ନୀତି ବନ୍ଦ। ଆଜି ମଙ୍ଗଳ ଆଳତି ଠାରୁ ନୀତି କାନ୍ତି ବନ୍ଦ ରହିଛି। ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ଵାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ ନିର୍ମାଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଛି।

ନିର୍ମାଣ ସମୟରେ ଯାହାକୁ ନେଇ ଅନ୍ୟ ନିଯୋଗ ଚାଲେଞ୍ଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା। ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଏକ ବଡ ଷଡ଼ଯନ୍ତ୍ର ଥିବା ଦର୍ଶାଇ ନୀତି କାନ୍ତି ବନ୍ଦ କରି ଜିଦ୍ ରେ ଅଟଳ ଅଛି। ସେପଟେ ପୂଜା ପଣ୍ଡା ନ ଆସିବାରୁ ମଙ୍ଗଳ ଆଳତି ବନ୍ଦ ରହିଛି। ଏ ବାବଦରେ ADMଙ୍କୁ ଅବଗତ କରାଇବେ ଲିଙ୍ଗରାଜ ମନ୍ଦିର ପୂଜକ କର୍ତ୍ତୃପକ୍ଷ ବୋଲି ସୂଚନା ମିଳିଛି ।

Related Articles

Back to top button