ରତ୍ନ ସିଂହାସନ ଉପରେ ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ମହାପ୍ରଭୁଙ୍କର ଦୁର୍ଲଭ ବେଶ ହେଉଛି ପଦ୍ମବେଶ । ବର୍ଷକରେ ଠାରେ ଏହି ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବେଶକୁ ଦେଖିବା ପାଇଁ ଶ୍ରୀ ମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।ଆଜି ଦ୍ୱାର ଫିଟା ନୀତି ପରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିଥିଲେ । ପରେ ମଙ୍ଗଳ ଆଳତି ପରେ ଏହି ବେଶକୁ ମଇଲମ କରାଯାଇଥିଲା । କଥାରେ ଅଛି, ସେ ଭାବର ଠାକୁର । ଭକ୍ତର ଭକ୍ତିରେ ବିମୋହିତ ହୋଇ ସେ ପୁଷ୍କରିଣୀରେ ପଦ୍ମ ଫୁଟାଇଥିଲେ । ସେ ଭକ୍ତଙ୍କ ଭକ୍ତି ପାଇଁ ମହାପ୍ରଭୁ ବର୍ଷକ ମଧ୍ୟରେ ଥରେ ପଦ୍ମବେଶ ହୋଇଥାନ୍ତି । ଏହି ବେଶ ପରେ ମହାପ୍ରଭୁଙ୍କ ପାଖରେ ହୋଇଥିବା ଭୋଗକୁ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ।

Related Articles

Back to top button