ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା।

ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା। ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଗୁପ୍ତ ଗୁଣ୍ଡିଚା ଯାତ୍ରା କରୁଛନ୍ତି ମହାପ୍ରଭୁ। ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ମାଧବ ଓ ମା ମହାଲକ୍ଷ୍ମୀ ମା ଦୁର୍ଗା ରୂପରେ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ଆଜି ବିଜେ କରିଛନ୍ତି।

ପରମ୍ପରା ଓ ଵିଧି ମୁତାବକ ଏହି ନିଆରା ଓ ଅନନ୍ୟ ଯାତ୍ରା ଗୁପ୍ତ ଗୁଣ୍ଡିଚା ରୂପେ ପରିଚିତ ହୋଇଥାଏ । ଷୋଳ ପୂଜା ସମୟରେ ଏହି ଉପାସନା ଶ୍ରୀକ୍ଷେତ୍ରରେ ବେଶ ମହତ୍ୱ ବହନ କରିଥାଏ। ସକାଳ ଧୂପ ପରେ ଦୁର୍ଗା ମାଧବ ନାରାୟଣୀ ମନ୍ଦିରକୁ ବିଜେ କରିଥିବା ବେଳେ ସେଠାରେ ବିଜେ କାହାଳୀ ବାଜିବା ସହ ବନ୍ଦାପନା ନିତୀ କରାଯାଇଥିଲା । ଦୁର୍ଗା ମାଧବଙ୍କ ଏଠାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ଭୋଗ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିଆରା ଓ ପୁରାତନ ଗୁପ୍ତ ଗୁଣ୍ଡିଚା ପରମ୍ପରାକୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

Related Articles

Back to top button