ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା

ଭୁବନେଶ୍ୱର: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ ।

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ । ଏହି ଅବସରରେ ମାଆଙ୍କୁ ପଣା , ପାଣି କଖାରୁ ବଳି ଦିଆଯିବା ସହ ଚଣ୍ଡିପାଠ କରାଯିବାର ସ୍ବତନ୍ତ୍ର ପରମ୍ପରା ରହିଛି । ଅଷ୍ଟମୀରେ ମହିଳାମାନେ ବ୍ରତ ରଖିଥାନ୍ତି । ଶାଢୀ , ଶଂଖା , ସିନ୍ଦୁର ସହ ବିଭିନ୍ନ ଫଳମୂଳ ଆଣି ମଆଙ୍କ ନିକଟରେ ପୂଜା କରିଥାନ୍ତି ।

ପରିବାରର ଶୁଭ ମନାସିବା ସହ ସମାଜର ମଙ୍ଗଳ କାମନା କରିଥାନ୍ତି ସଭିଏଁ । ସେପଟେ ପୀଠଗୁଡିକରେ ଆଜି ମାଆଙ୍କର ନବମୀ ପୂଜା । ସ୍ବତନ୍ତ୍ର ରୀତିନୀତି ସହ ମାଆଙ୍କର ପୂଜା କରାଯାଉଛି ।

Related Articles

Back to top button