ମ୍ୟାଚ୍‌ ସମୟରେ ପଡିଆ ଭିତରକୁ ପଶି ଆସିଲା ସାପ

ଗୌହାଟୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମୁକାବିଲା ରବିବାର ଗୌହାଟୀର ବରସାପରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓଭର ସୁଦ୍ଧା ବିନା କୌଣସି ଓ୍ଵିକେଟ୍ ହରାଇ ୬୮ ରନ କରିଥିଲା। ସେହି ସମୟରେ ଅଚାନକ ଖେଳ ରୋକିବାକୁ ପଡିଥିଲା, କାରଣ ପଡିଆ ଭିତରକୁ ସାପଟିଏ ପଶି ଆସିଥିଲା।

ଏହା ପରେ ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଏବଂ ଭାରତୀୟ ଓପନର କେଏଲ ରାହୁଲ ପଡିଆ ଅମ୍ପାୟରଙ୍କୁ ସାପ ବିଷୟରେ ଜଣାଇଥିଲେ। ମଝି ପଡିଆରେ ସାପ ଦେଖି ପଡିଆ କର୍ମଚାରୀ ଆବଶ୍ୟକ ଉପକରଣ ସହିତ ସାପକୁ ଉଦ୍ଧାର କରିଥିଲେ। ଏହି କାରଣରୁ ମ୍ୟାଚ୍ କିଛି ସମୟ ବନ୍ଦ ରଖିବାକୁ ପଡିଥିଲା। ପଡିଆରେ ସାପ ଦେଖି ଖେଳାଳିଙ୍କ ସହିତ ଦର୍ଶକ ମଧ୍ୟ ଚକିତ ହୋଇ ପଡିଥିଲେ। କିଛି ମିନିଟ୍ ପରେ ସାପର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Related Articles

Back to top button