ଜାମିନ୍ ଖାରଜ ହେଲା, ଜେଲ୍ ଯିବେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ

ଭୁବନେଶ୍ୱର: ପାରାଦୀପ ପୋର୍ଟର ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଆସିଛି ନୂଆ ଅପଡେଟ୍ । ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ ଖାରଜ କରିଦେଇଛନ୍ତି କୋର୍ଟ । ଏହାଫଳରେ ଏବେ ଚର୍ଚ୍ଚିତ ଜେଲ ଯିବେ । ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାରେ ବିଲଡର ଶିଶିର ଦାସଙ୍କୁ ଜାମିନ୍ ମିଳିଛି ।

ଅନ୍ୟପକ୍ଷରେ ଏହି ମାମଲାରେ ସିବିଆଇର ୯ ଦିନିଆ ରିମାଣ୍ଡ ଆବେଦନ ଖାରଜ ହୋଇଛି । ଗତ ୬ ତାରିଖରେ ଚର୍ଚ୍ଚିତ ଗିରଫ ହୋଇଥିଲେ । ସକାଳ ୪ଟାରୁ ସିବିଆଇ ଅଫିସରେ ଚର୍ଚ୍ଚିତ ହାଜର ହୋଇଥିବା ବେଳେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ଚର୍ଚ୍ଚିତଙ୍କୁ ଗିରଫ କରାଯାଇଥିବା ବେଳେ ମହିମାଙ୍କୁ ଛାଡ଼ି ଦିଆଯାଇଥିଲା । ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ପାଇଁ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ମହିମାଙ୍କୁ ସିବିଆଇ ୨୦ ଘଣ୍ଟା ଜେରା କରିଥିଲା ।

ପାରାଦୀପ ପୋର୍ଟ ଟ୍ରଷ୍ଟର ଆର୍ଥିକ ଅନିୟମିତତାକୁ ନେଇ ଗତ ୪ ତାରିଖରେ ମହିମାଙ୍କ ଘର ଓ ପାରାଦୀପ କାର୍ଯ୍ୟାଳୟରେ ସିବିଆଇ ରେଡ୍ କରିଥିଲା । ଏହି କାରଣରୁ ପାରାଦୀପ ପୋର୍ଟକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ଏହି ମାମଲାରେ ଠିକାଦାର ସୁମନ୍ତ ରାଉତ, ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ଗିରଫ କରାଯାଇଥିଲା ।

Related Articles

Back to top button