ସୋମାଲିଆରେ ଆକାଶମାର୍ଗରୁ ବୋମା ବର୍ଷାଇଲା ଆମେରିକା

ମୋଗାଦିଶୁ: ଆତଙ୍କବାଦ ସହ ଯୁଝୁଥିବା ସୋମାଲିଆରେ ଆମେରିକାର ଆତଙ୍କବାଦୀ ସଫେଇ ଅଭିଯାନ। ଆକାଶମାର୍ଗରୁ ଆତଙ୍କବାଦୀଙ୍କ ଠିକଣା ଉପରେ ବୋମା ବର୍ଷାଇଲା ଆମେରିକା ସେନା। ଏଥିରେ ଅଲ୍‌ ଶବାବ ଆତଙ୍କବାଦୀ ସଂଗଠନ ୩୦ ଆତଙ୍କବାଦୀଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର(୨୦ ଜାନୁଆରି) ସୋମାଲିଆ ରାଜଧାନୀ ମୋଗାଦିଶୁ ଠାରୁ ୨୬୦ କିମି ଦୂର ଉତ୍ତର ପୂର୍ବ ଗଲକାଡ଼ରେ ଥିବା ସୋମାଲି ସହରରେ ଏହି ଆକ୍ରମଣ ହୋଇଥିଲା।

ତେବେ ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକର କିଛି ବି କ୍ଷୟକ୍ଷତି ହୋଇ ନାହିଁ ବୋଲି ଆମେରିକା ଆଫ୍ରିକା କମାଣ୍ଡ ପକ୍ଷରୁ ସୂଚନା ମିଳିଛି। ଆକାଶମାର୍ଗରୁ ହେଉଥିବା ଆକ୍ରମଣ ସମୟରେ ତଳେ କୌଣସି ବି ସେନା ଯାବନ ମୁତୟନ ହୋଇନଥିବା ଜଣେ ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଆତଙ୍କବାଦୀଙ୍କ ସଫେଇ ନେଇ ଆମେରିକା ସୈନ୍ୟ ମୁତୟନ କରିବାକୁ ପେଣ୍ଟାଗନ ଆମେରିକା ସରକାରଙ୍କୁ ଅନୁରୋଧ କରିଥିଲା। ୨୦୨୨ରେ ରାଷ୍ଟ୍ର୍ରପତି ଜୋ ବାଇଡେନ ଏଥିପାଇଁ ଅନୁମତି ଦେଇଥିଲେ। ଏହାପର ଠାରୁ ଆତଙ୍କବାଦୀ ସହ ଯୁଝୁଥିବା ସୋମାଲିଆ ସରକାରଙ୍କୁ ଆମେରିକା ଆତଙ୍କୀ ସଫେଇ ଅଭିଯାନରେ ସହଯୋଗ କରିଆସୁଛନ୍ତି।

ଆକ୍ରମଣ ପରେ ଆମେରିକା ସେନା କହିଛି “ ସୋମାଲିଆ ପୂରା ପୂର୍ବ ଆଫ୍ରିକାରେ ସ୍ଥିରତା ଓ ସୁରକ୍ଷାର କେନ୍ଦ୍ର ଅଟେ। ତେଣୁ ଆମେରିକା ଓ ଆଫ୍ରିକା ସରକାରଙ୍କ ସେନା ବୁଠାରୁ ବଡ଼ ଓ ସବୁଠାରୁ ଭୟଙ୍କର ଅଲ୍‌-କାଇଦା ଗ୍ରୁପ୍‌କୁ ଅଲ୍ ଶବାବକୁ ହରାଇବାକୁ ନିଜର ପ୍ରୟାସ ଜାରି ରଖିବ।”

Related Articles

Back to top button