ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି

ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୫ ବରିଷ୍ଠ ଆଇପିଏସ୍ ଅଧ୍ୟାକାରୀଙ୍କୁ ବଦଳି କରାଯାଇଛି । ବ୍ରିଜେଶ ରାୟଙ୍କ କଟକ- ଭୁବନେଶ୍ୱରର ଅତିରିକ୍ତ ସିପି ଭାବେ ନିଯୁକ୍ତି ଦିଆଯାଇଛି । ଗୃହ ବିଭାଗର ଓଏସଡି ଥିବା ଅରୁଣ କୁମାର ରାୟଙ୍କୁ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି । ଏଚଆରପିସିର ଡିଜିପି ଥିବା ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱ ଦିଆଯାଇଛି । ମନୋଜ ଛାବ୍ରାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଅମୃତ ମୋହନ । ଛାବ୍ରା ଆଜି ନିଜ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ସେହିପରି ପ୍ରେସ୍ ନିର୍ଦ୍ଦେଶକ ପଦରେ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇ ଏଚଆରପିସି ଏଡିଜି କରାଯାଇଛି । ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ବଦଳି କରାଯାଇ ଡିଆଇଜି ଏସଆଇଡବ୍ଲ୍ୟୁ ପାଇଁ ଦାୟିତ୍ୱ ଦିଆଯାଇଛି ।

Related Articles

Back to top button