ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଶୁକ୍ରବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩,୨୧୮ଟି କେନ୍ଦ୍ରରେ ମୋଟ ୫ଲକ୍ଷ ୪୧ହଜାର ୨୪୭ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି।

ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସେଥିମଧ୍ୟରେ କନ୍ଧମାଳରେ ୭, କୋରାପୁଟରେ ୫, ମାଲକାନଗିରିରେ ୧୦ଟି ଥାନା ରହିଛି। ପରୀକ୍ଷା ସମୟରେ ଯେପରି ପ୍ରଶ୍ନପତ୍ର ଲିକ୍‌ ନ ହେବ, ସେଥିପ୍ରତି ରାଜ୍ୟ ସରକାର ଓ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ପରୀକ୍ଷା ସମୟରେ ମୋବାଇଲ ବନ୍ଦ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ ଯେପରି ଭଲ ରେଜଲ୍ଟ କରିବେ ସେ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶୁଭକାମନା ଜଣାଇଛନ୍ତି।

Related Articles

Back to top button