ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି

ଭୁବନେଶ୍ୱର: ଳଘୁଚାପ ଜନିତ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ବନ୍ୟା ଆଶଙ୍କା ରହିଛି। ଉପୁଜିଥିବା ସ୍ଥିତି ଏବଂ ସମ୍ଭାବିତ ପାଣିପାଗ ରିପୋର୍ଟକୁ ଦେଖିଲେ ଏବେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସି କହିଛନ୍ତି। ଜିଲ୍ଲା ପ୍ରଶାସନକୁ ଏ ଦିଗରେ ଅବଗତ କରାଯାଇଛି। ଅନ୍ୟପଟେ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ଆଜି ଏହି ପାଣି କଟକ ମୁଣ୍ଡଳୀ ଅତିକ୍ରମ କରିବ। ଏହାକୁ ନଜରରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଟ୍ୱିଟ୍ କରି ଏ ବାବଦରେ ସେ ସୂଚନା ଦେଇଛନ୍ତି।

ଏବେର ରିପୋର୍ଟ ଦେଖି ଏସଆରସି କହିଛନ୍ତି, ରାଜ୍ୟର ଦକ୍ଷିଣ ଅଞ୍ଚଳରେ ଥିବା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ନାହିଁ। କିଛି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଈଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ସେଭଳି ସ୍ଥିତି ନାହିଁ ଯେମିତି ଜଳକା ନଦୀରେ ରହିଛି । କହିରଖୁଛି ଜଳକା ନଦୀ ଏବେ ବିପଦ ସଙ୍କେତ ଉପରେ ରହିଛି

ବର୍ତ୍ତମାନ ୩୪ଟି ଗେଟ ହୀରାକୁଦରେ ଖୋଲା ହୋଇଛି। ତେଣୁ ହୀରାକୁଦ ଡ୍ୟାମରୁ ଅଧିକ ପାଣି ଆସୁଛି। ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ଲଘୁଚାପ ଜନିତ ବର୍ଷା ଏବଂ ହୀରାକୁଦ ଗେଟରୁ ନିଷ୍କାସିତ ହେଉଥିବା ପାଣିକୁ  ଦେଖିଲେ ଲାଗୁଛି ମୁଣ୍ଡଳୀରେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଖଇରମାଲ ଠାରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ଏସଆରସି ସୂଚନା ଦେଇଛନ୍ତି। ୨୦୧୯ ଅଗଷ୍ଟ ୧୪, ୧୫ରେ ଏଭଳି ପାଣି ପ୍ରବାହିତ ହୋଇଥିଲା ବୋଲି ସେ କହିଛନ୍ତି।

ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । ଜଗତସିଂହପୁର, ପୁରୀ,ଖୋର୍ଦ୍ଧାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ଏ ନେଇ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠା ଯାଇଛି।

ଉପୁଜିଥିବା ସ୍ଥିତି ଏବଂ ସମ୍ଭାବିତ ପାଣିପାଗ ରିପୋର୍ଟକୁ ଦେଖିଲେ ଏବେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସି କହିଛନ୍ତି। ଜିଲ୍ଲା ପ୍ରଶାସନକୁ ଏ ଦିଗରେ ଅବଗତ କରାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ,ପିଇବା ପାଣି ବ୍ୟବସ୍ଥା କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର କ୍ଷମତା ଦିଆଯାଇଛି। ସେମାନେ ଏ ଦିଗରେ ଯଥାସମ୍ଭବ ପଦକ୍ଷେପ ନେଇପାରିବେ ବୋଲି ଏସଆରସି କହିଛନ୍ତି। ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ ଟିମ୍ ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଅଗ୍ନିଶମ ଟିମ୍ ପଠାଯିବ।

Related Articles

Back to top button