ରାଜଧାନୀରୁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ ।

ଭୁବନେଶ୍ଵରରୁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ । ୭୬୫ଜଣଙ୍କୁ ନେଇ ରାଜଧାନୀରେ ଚାଲିବ ମେଟ୍ରୋ ରେଳ । ପ୍ରଥମେ ୩ଟି କୋଚକୁ ନେଇ ଏହି ରେଳ ଚଳପ୍ରଚଳ ହେବ । ମେଟ୍ରୋର ଚାହିଦା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଡିପିଆରରେ ଅନୁମୋଦନ ଦେଇଛନ୍ତି । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀ ତଥା କର୍ମଜୀବୀମାନଙ୍କ ପାଇଁ ।ହା ଲାଇଫଲାଇନ ଭଳି କାର୍ଯ୍ୟ କରିବ । ଏହା ସହିତ କମ ସମୟରେ ଏବଂ ବିନା ଟ୍ରାଫିକରେ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ।

ଏହି ମେଟ୍ରୋ ଟ୍ରେନ ଘଣ୍ଟା ପ୍ରତି ୮୫ କିମି ବେଗରେ ଗତି କରିବାର ବ୍ୟବସ୍ଥା କରାଯାଇଛି । ଏହା ଖୁବ କମ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ତ୍ରିଶୁଳିଆ ପର୍ଯ୍ୟନ୍ତ ଯାତାୟତ କରିବ । ଅନ୍ୟପଟେ ଏହି ମେଟ୍ରୋ ଟ୍ରେନରେ ଅଟୋମେଟିକ କଣ୍ଟ୍ରୋଲର ବ୍ୟବସ୍ଥା କରାଯିବ । ଅର୍ତାତ ଯଦି କିଛି ବିପଦ ଆସୁଛି ତେବେ ମେଟ୍ରୋ ସ୍ୱୟଞ୍ଚାଳିତ ଭାବେ ଅଟକି ଯିବ । ଏହା ସହିତ ଯାତ୍ରୀଙ୍କ ଠାରୁ ଅଟୋମେଟିକ ଭଡା ଆଦାୟ କରାଯିବ । ବାରଙ୍ଗର ଫୁଲପୋଖରୀ ନିକଟରେ ୧୮୦୫୦ ହେକ୍ଟର ଅଞ୍ଚଳରେ ଏକ ମେଟ୍ରୋ ଡିପୋଟ କରିବା ପାଇଁ ଯୋଜନା ହୋଇଛି । ଏହି ପ୍ରକଳ୍ପରେ ୨ ଲକ୍ଷ ୨୪ ହଜାର ୩୦୦ ବର୍ଗ ମିଟର ଜମି ଅଞ୍ଚଳ ବ୍ୟବହାର ହେବ ବୋଲି ଡିପିଆରରେ ଦର୍ଶାଯାଇଛି ।

ଆସନ୍ତା ନୂଆବର୍ଷ ଅର୍ଥାତ ଜାନୁୟାରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶିଳନ୍ୟାସ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏଥିଯୋଗୁଁ ଏକ ଉଚ୍ଚ ସ୍ତରୀୟ ବୋର୍ଡ ଗଠନ ହୋଇଥରବା ବେଳେ ଆସନ୍ତା ୧୮ ତାରିଖରେ ବୋର୍ଡର ପ୍ରଥମ ବୈଠକ ବସିବ ବୋଲି ଜଣାପଡିଛି ।

Related Articles

Back to top button