ଓଡ଼ିଶାରେ ମୋଦୀଙ୍କ ପ୍ରଥମ ନିର୍ବାଚନ : ଜୁନ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ଚୟନ

ଓଡ଼ିଶାରେ ପ୍ରଥମ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କନିଷିଠାରେ ଆୟୋଜିତ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ସଭାରେ ନିଜକୁ ପ୍ରଭୁ ଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ ମୋଦି । ଅଧିକରୁ ଅଧିକ ଘରକୁ ଯିବା ହ ସମସ୍ତଙ୍କୁ ଜୟ ଜଗନ୍ନାଥ ଜଣାଇବାକୁକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି । ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ । ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ମୋଦି ସରକାର ଆସିବ ବୋଲି ସେ କହିଛନ୍ତି । ମୋଦି ଆହୁରି କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହୋଇଛି। ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରିଛନ୍ତି ମୋଦୀ। ବିଜେପି ଯାହା କହେ ତାହା କରି ଦେଖାଏ। ଜୁନ ୪ ବିଜେଡିର ଏକ୍ସପାରୀ ଡେଟ୍‌‌ ଲେଖାଯାଇଛି। ଜୁନ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ। ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ଏତେ ଦାଦନ ଶ୍ରମିକ କାହିଁକି ବାହାରକୁ ଯାଉଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ। ମୋଦୀ ସରକାର ୧୦ବର୍ଷରେ ସାଢେ ୩ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ଦିଆଯାଉନାହିଁ। ବିଜେପି ନେତୃତ୍ବର ଓଡ଼ିଶାରେ ମଜବୁତ ସରକାର ହେବାକୁ ହେଉଛି ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ । ଓଡ଼ିଶାରେ ଡବଲ ଇଂଜିନ ସରକାର ହେଲେ ତ୍ବରିତ ବିକାଶ ହେବ। ଓଡ଼ିଶାର ତ୍ବରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି । ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନର ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୋଦୀ।

ସଭାରେ ଥିବା ଲୋକମାନେ ଯେଉଁ ମାନେ ମୋଦୀଙ୍କ ଚିତ୍ର ଆଙ୍କି ଆଣିଥିଲେ, ମୋଦି କମାଣ୍ଡୋ ମାନଙ୍କୁ କହି ସେ ସବୁ ସଂଗ୍ରହ କରିଥିଲେ । ଆଉ ଚିଠି ଲେଖିବେ ବୋଲି କହିଥିଲେ । ଆଉ ସେଥିରେ ଲେଖିଥିଲେ ଯେ ମୁଁ ଓଡ଼ିଆରେ ଚିଠି ଲେଖିବି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ ।

ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଆସି ସେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଜଳଖିଆରେ ଓଡ଼ିଶା ପ୍ରସିଦ୍ଧ ଛେନାପୋଡ଼ ଖାଇ ବ୍ରହ୍ମପୁର ଅଭିମୁଖେ ପ୍ରଚାର ପାଇଁ ବାହାରିଥିଲେ।

Related Articles

Back to top button