ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ବିଧାନସଭା ଫଳାଫଳକୁ ନେଇ ସୋସିଆଲମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶା ସଂସ୍କୃତିକୁ ନେଇ ଉତ୍ସବ ପାଳନ କରିବାର ଏହା ହେଉଛି ଏକ ଦମଦାର ବିଜୟ । ବିଜେପି ଲୋକଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଓ ଓଡିଶାର ପ୍ରଗତିକୁ ନୂଆ ଉଚ୍ଚତାରେ ପହଞ୍ଚାଇବା କୌଣସିରେ ହେଳା କରିବ ନାହିଁ । ଦଳର ସବୁ କର୍ମକର୍ତ୍ତାଙ୍କୁ ନେଇ ଆମେ ଗର୍ବିତ ।ଓଡିଶାରେ ବିଧାନସଭା ଆସନରେ ବିଜେପି ବିଜୟ ଆଡକୁ ଗତି କରୁଛି । ବିଜେପି ଏବେ ସୁଦ୍ଧା ୭୯ ସିଟରେ ଆଗୁଆ ରହିଥିବା ବେଳେ ବିଜେଡି ୫୦ ସିଟରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୧୪ ଓ ଅନ୍ୟାନ୍ୟ ଦଳ ୪ ସିଟରେ ଆଗୁଆ ରହିଛି । ସେହିପରି ଲୋକସଭାର ୧୯ ସିଟରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୧ ଓ କଂଗ୍ରେସ ୧ ସିଟରେ ଆଗୁଆ ରହିଛି ।

Related Articles

Back to top button