ସାରା ରାଜ୍ୟରେ ମୌସୁମୀ ବର୍ଷା: ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିଛି ମୌସୁମୀ। ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରବଳ ଏବଂ ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

୭ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି କହିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ଛୁଇଁଛି ମୌସୁମୀ। ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଅଗ୍ରସର ହେବ। ମୌସୁମୀ ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ଝାରସୁଗୁଡ଼ା, ଫୁଲବାଣୀ, ନୟାଗଡ଼, ଗଂଜାମ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହୋଇଛି।

୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ମୌସୁମୀ କୁ ଆହୁରି ସକ୍ରିୟ କରିବ। ଆସନ୍ତା ୭ ଦିନ ଯାଏ ଓଡ଼ିଶାରେ ଲାଗି ରହିବ ବର୍ଷା । ଚାଷ ପାଇଁ ମୌସୁମୀ ଅନୁକୂଳ ରହିବ ବୋଲି କହିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର ।

Related Articles

Back to top button