ମୁଣ୍ଡଳିରେ ପ୍ରବାହିତ ହେଉଛି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟର ଜଳ, ଆଗକୁ ଆହୁରି ବଢିବ

କଟକ: ମହାନଦୀରେ ବଢୁଛି ଜଳସ୍ତର । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ସେକେଣ୍ଡ ପ୍ରତି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରଵାହିତ ହେଉଛି। ୧୦ଟା ଵେଳେ ମୁଣ୍ଡଳୀ ଦେଇ ୫ଲକ୍ଷ ୬୮ହଜାର ୭୮୦ ଘନଫୁଟ ଜଳ ପ୍ରଵାହିତ ହେଉଥିଲା।

ସେହିପରି ପ୍ରତି ଘଣ୍ଟାରେ ମୁଣ୍ଡଳୀ ନିକଟରେ ମହାନଦୀରେ ପ୍ରାୟ ୧୦ ହଜାର ଘନଫୁଟ ଵନ୍ୟାଜଳ ଵୃଦ୍ଧି ପାଉଛି। ଏବେ ଖଇରମାଳରେ ସେକେଣ୍ଡ ପ୍ରତି ୯ଲକ୍ଷ ୧୦ହଜାର ଘନଫୁଟ ଵନ୍ୟାଜଳ ପ୍ରଵାହିତ ହେଉଛି। ଏହି ଵନ୍ୟାଜଳ ମୁଣ୍ଡଳୀ ନିକଟରେ ପହଞ୍ଚିବା ପାଇଁ ୧୨ଘଣ୍ଟା ସମୟ ଲାଗିଵ। ତେଣୁ ରାତି ୧୦ଟା ଵେଳକୁ ମୁଣ୍ଡଳୀରେ ପ୍ରାୟ ୧୦ଲକ୍ଷ ଘନଫୁଟ ଜଳ ପ୍ରଵାହିତ ହେଵାର ଆକଳନ କରାଯାଉଛି। ମୁଣ୍ଡଳୀ ନିକଟରେ ମହାନଦୀର ଜଳସ୍ତର ୮୬ ଦଶମିକ ୬୦ଫୁଟ ଥିବା ଵେଳେ ଏଠାରେ ବିପଦ ସଙ୍କେତ ହେଉଛି ୯୭ଫୁଟ। ସେହିଭଳି ନରାଜ ନିକଟରେ କାଠଯୋଡିରେ ସେକେଣ୍ଡ ପ୍ରତି ୨ଲକ୍ଷ ୭୦ହଜାର ଘନଫୁଟ ଜଳ ପ୍ରଵାହିତ ହେଉଛି।

Related Articles

Back to top button