ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ

ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଥିଲେ ପୀଡିତ

ସମ୍ବଲପୁର: ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ। କଟକର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀରାମଙ୍କ ମୃତ୍ୟ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେବ କିଡ୍‌ନୀ ରୋଗରେ ପିଡିତ ଥିଲେ  ଶ୍ରୀରାମ ଲୁହାର । ହେଲେ ଏବେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା | ସେ ଅନେକ ପ୍ରମୁଖ ସମ୍ବଲପୁରୀ, ଓଡିଆ ଓ ହିନ୍ଦି ଗୀତରେ ନିର୍ଦ୍ଦେଶନା ଏବଂ କଣ୍ଠ ଦାନ କରିଛନ୍ତି ।

ଶ୍ରୀରାମ୍‌ ଲୁହାର ୧୪ ବର୍ଷରୁ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ପରେ ପରେ ତାଙ୍କ ଖାଲି ପଶ୍ଚିମ ଓଡିଶା ନୁହେଁ ବରଂ ପୁରା ରାଜ୍ୟରେ ଚହଳ ପକାଇଥିଲା । ଶ୍ରୋତମାନଙ୍କୁ ଶ୍ରୀରାମ୍‌ଙ୍କ ଗୀତ ବହୁତ ପସନ୍ଦ ଆସୁଥିଲେ । ଏବେ ଶ୍ରୀରାମ୍‌ଙ୍କ ପରଲୋକ ପରେ ପୁରା ସମ୍ବଲପୁରୀ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button