ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ଓ ଶେରଗଡ଼ରେ ମାରାଥନ ଜନସମାବେଶ କରିବେ ନବୀନ । ହ୍ୟାଲିକପ୍ଟର ଯୋଗେ ହିଞ୍ଜିଳିରେ ପହଞ୍ଚିବା ପରେ ସେଠାରୁ ଜନ ସମାବେଶକୁ ଯାଇଛନ୍ତି ନବୀନ ।

ଜନ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ନବୀନ ପଟ୍ଟନାୟକ । ଦେଖିବାକୁଗଲେ ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା । ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’ , ‘ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର’, ‘ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି’।

Related Articles

Back to top button