୨୯ରେ ଦୁବାଇ ଇନ୍‌ଭେଷ୍ଟର୍ସ ମିଟରେ ନବୀନଙ୍କ ଯୋଗଦାନ

ଇଟାଲିର ରୋମ୍‌ରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆସନ୍ତା ୨୬ ତାରିଖରେ ରୋମ୍ ଛାଡି ଦୁବାଇରେ ପହଞ୍ଚିବେ ନବୀନ । ଲକ୍ଷ ଓଡ଼ିଶାରେ ବିଦେଶୀ ପୁଞ୍ଜି ଲଗାଣ ବଢାଇବା ।

୨୯ ତାରିଖରେ ଦୁବାଇରେ ରାଜ୍ୟ ସରକାର ଓ ଶିଳ୍ପ ସଂଘ ଫିକିର ମିଳିତ ଉଦ୍ୟମରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍। ଏଥିରେ ମୁଖ୍ୟସାଶନ ସଚିବ, ଶିଳ୍ପ ସଚିବ ସମେତ ରାଜ୍ୟର କିଛି ପ୍ରମୁଖ ଶିଳ୍ପପତିମାନେ ଯୋଗଦେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟପ୍ରାଚ୍ୟ ଦେଶର ପୁଞ୍ଜିନିବେଶକାରୀଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରିବେ । ରାଜ୍ୟକୁ ଯେପରି ଅଧିକ ପୁଜିଂ ଆସିପାରିବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ।

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ରହିଥିବା ସୁବିଧା ଓ ସରକାରଙ୍କ ପକ୍ଷରୁ ପ୍ରଦାନ କରଯାଉଥିବା ପ୍ରୋତ୍ସାହନ ସମ୍ପର୍କରେ ପୁଜିଂନିବେଶକାରୀଙ୍କୁ ଅବଗତ କରାଇବେ ନବୀନ ଓ ଟିମ୍ । ରାଜ୍ୟରେ ଭରି ରହିଥବା ଅନେକ ଖଣିଜ ସଂପଦ ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବା ସରକାରଙ୍କର ଲକ୍ଷ୍ୟ ରହିଛି । ଏହାଛଡା ଏବେ ରାଜ୍ୟର ଫୋକସରେ ରହିଛି ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍, ଫୁଡ୍ ପ୍ରୋସେସିଂ, ସି ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍, ଟୁରିଜିମ୍ ଭଳି ଅନେକ କ୍ଷେତ୍ର । ଏହି ଦିଗରେ ପୁଞ୍ଜି ଆଣିବା ପାଇଁ ଚେଷ୍ଟା କରିବ ଟିମ୍ ଓଡ଼ିଶା ।

ସେପଟେ ମୁଖ୍ୟମନ୍ତ୍ରୀ ଦୁବାଇରେ ୪ ଦିନ ରହୁଥିବାରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବେ । ଏନେଇ ଦୁବାଇରେ ଭବ୍ୟ ଆୟୋଜାନ କରାଯାଉଛି ।

Related Articles

Back to top button