ନ୍ୟୁଜିଲାଣ୍ଡ ଆକାଶରେ ଦେଖା ଗଲା ନୀଳ ଆଲୋକର ରଶ୍ମି

ନ୍ୟୁଜିଲାଣ୍ଡ ଆକାଶରେ ରହସ୍ୟମୟ ରଶ୍ମି। ଯାହାକୁ  ଘୂର୍ଣ୍ଣାୟମାନ ଅବସ୍ଥାରେ ଦେଖିବାକୁ ମିଳିଛି। ରବିବାର ରାତିରେ ଏହି ରଶ୍ମି ଦେଖିବାକୁ ମିଳିଥିଲା। ନ୍ୟୁଜିଲ୍ୟାଣ୍ଡର ନେଲସନ ସହରରେ ଦେଖାଯାଇଥିବା ଏହି ଦୃଶ୍ୟକୁ ଲୋକେ ମୋବାଇଲରେ କଏଦ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ଲୋକଙ୍କ ଭିତରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଠାର ଲୋକେ ଏହାକୁ ଏକ ୱର୍ମହୋଲ(wormhole) ବୋଲି ଅଲୋଚନା କରୁଛନ୍ତି।

ଏହି ରଶ୍ମିର ରଙ୍ଗ ନୀଳ ଥିଲା। ତେବେ ବିଶେଷଜ୍ଞମାନେ ବାଦଲ ଭିତରେ ଦେଖା ଯାଇଥିବା ଏହି ରଶ୍ମି ଫାଲକନ-୯ ରକେଟର ଧୂଆଁ ଯୋଗୁ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି। ଯେଉଁ ରକେଟ ଗ୍ଲୋବାଲ ଷ୍ଟାର ଡିଏମ୍୧୫ ସାଟେଲାଇଟକୁ ନେଇଥିଲା। ରକେଟର ଧୂଆଁ ବାୟୁମଣ୍ଡଳ ଓ ସୂର୍ଯ୍ୟରଶ୍ମି ସଂସ୍ପର୍ଶରେ ଆସି ବାଦଲ ଭିତରେ ଏଭଳି ଦୃଶ୍ୟ ସୃଷ୍ଟି କରିଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ଜାଗତିକ ଦୃଶ୍ୟକୁ ଦେଖିଥିବା ନେଲସନ ସହରର ଲୋକେ ବିଶେଷଜ୍ଞଙ୍କ କଥାକୁ ବିଶ୍ୱାସ କରି ପାରୁନାହାନ୍ତି। ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ଅନେକ ତ ଏହି ଫଟୋକୁ   ମିଛ ବୋଲି କହିଛନ୍ତି।

ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନୀ ପ୍ରଫେସର ରିଚାର୍ଡ ଇଷ୍ଟର୍ ଏହି ଘଟଣାର କାରଣ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି, ଏହା ମେଘ ଖଣ୍ଡ। ଯାହା ବେଳେବେଳେ ଏକ ରକେଟ୍ ଉପଗ୍ରହକୁ କକ୍ଷପଥରେ ନେଇଯିବା ସମୟରେ ଘଟିଥାଏ।

Related Articles

Back to top button