ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ ନବୀନ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ  ନିବେଦନ କରିଛନ୍ତି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମଥର ପାଇଁ ଜଣେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବାକୁ ଯାଉଛନ୍ତି। ତେଣୁ ଦ୍ରୌପଦୀଙ୍କୁ ବିଜେଡି ପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ।

 

ମୁଖ୍ୟମନ୍ତ୍ରୀ ବିଦେଶରେ ଥିବା ସତ୍ତ୍ୱେ ସମର୍ଥନ ନେଇ ଘୋଷଣା କରିଛନ୍ତି। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବା ନେଇ ନବୀନ ଟୁଇଟ୍‌ ଜରିଆରେ ନିବେଦନ କରିଛନ୍ତି। ଓଡ଼ିଶା ପାଇଁ ଗୌରବାନ୍ବିତ ମୁହୂର୍ତ୍ତ, ଆମ ମାଟିର ଝିଅ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏକଜାତୀୟ ରାଜନୈତିକ ମେଣ୍ଟ ପ୍ରାର୍ଥୀ ଘୋଷଣା କରିଥିବାବେଳେ ମାଟିର ଝିଅଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Back to top button