ମନରେଗା ଶ୍ରମିକଙ୍କ ମଜୁରୀ ସମ୍ପର୍କରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ମନରେଗା(ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ପ୍ରସଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ନବୀନ ଚିଠିରେ ଲେଖିଛନ୍ତି ଯେ ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ଚାହୁଛନ୍ତି ଏବଂ ରାଜ୍ୟ ପାଣ୍ଠି (ଷ୍ଟେଟସ୍ ରିଭଲଭିଂ ଫଣ୍ଡ୍)ରୁ ଏହା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରଖିବାକୁ ଚାହୁଛନ୍ତି।

କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଆଯାଏ। ଆଉ ରାଜ୍ୟ ପାଣ୍ଠିକୁ ଅର୍ଥ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଯାହାଦ୍ୱାରା ମନରେଗା ଜବକାର୍ଡଧାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ। ନରେଗା ସଫ୍ଟରେ ଉକ୍ତ ବ୍ୟବସ୍ଥା ରଖିବାକୁ ରାଜ୍ୟ ଆଗରୁ କେନ୍ଦ୍ରକୁ କହିଛି। ତେଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ନବୀନ ଚିଠିରେ ନିବେଦନ କରିଛନ୍ତି।

Related Articles

Back to top button