ଗ୍ରୀଷ୍ମ ଛୁଟିରେ ଦିଆଯିବ ନିଟ୍ ଓ ଜେଇଇ କୋଚିଂ

ଗ୍ରୀଷ୍ମ ଛୁଟିରେ ଯୁକ୍ତଦୁଇ ପିଲାଙ୍କୁ ଦିଆଯିବ ନିଟ୍ ଓ ଜେଇଇ କୋଚିଂ । ରାଜ୍ୟ ସରକାର ପ୍ରବଳ ଖରାକୁ ନଜରରେ ରଖି ଗତ ୨୫ ତାରିଖଠାରୁ ଖରାଛୁଟି ଘୋଷଣା କରିଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ ବନ୍ଦ ରହିଛି । ତେବେ ଖରା ଛୁଟିରେ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ କୋଚିଂ ଦିଆଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ବାବଦରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସରକାରୀ ଛୁଟି ଦିବସ ଓ ରବିବାରକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ସକାଳ ୧୦ଟାରେ ଅନଲାଇନରେ କୋଚିଂ ଦିଆଯିବ । ଏହାଫଳରେ ଛାତ୍ରଛାତ୍ରୀଙ୍କର ଛୁଟି ସୁଦୁପଯୋଗ ହେବା ସହିତ ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରହିବ । ଛୁଟି ସମୟରେ ଶ୍ରେଣୀ ଶିକ୍ଷକ ପିଲାଙ୍କୁ ହୋମୱାର୍କ ପ୍ରଦାନ କରିବେ । ପିଲାଙ୍କର କୌଣସି ବିଷୟରେ ଦ୍ୱନ୍ଦ୍ୱ ରହିଥିଲେ ସେମାନେ ସେହି ବିଷୟର ଶିକ୍ଷକଙ୍କୁ ଫୋନରେ ଯୋଗାଯୋଗ କରିପାରିବେ ।

Related Articles

Back to top button