ରାଜ୍ୟରେ ଲୋକସଭା ଏବଂ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି

୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ରେ ଜୋରଦାର ପ୍ରସ୍ତୁତି। ଏହାରି ଭିତରେ ନିର୍ବାଚନ କମିଶନ୍ ତରଫରୁ ଲୋକସଭା ଏବଂ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ କନ୍ଧମାଳଓ ଆସ୍କା ଆଦି ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ଏଥିପାଇଁ ଏପ୍ରିଲ ୨୬ ଅର୍ଥାତ୍ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଏହି ବିଜ୍ଞପ୍ତିରେ ଘୋଷଣା ହୋଇଛି । ତେବେ ଆଜିଠାରୁ ମେ’ ୩ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ । ଏହାପରେ ମେ’ ୪ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ତେବେ ୬ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଏବଂ ୨୦ ତାରିଖରେ ମତଦାନ ହେବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Related Articles

Back to top button