ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଆରମ୍ଭ ହେବ ନୂଆ ପିଜି ପାଠ୍ୟକ୍ରମ

ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟର ମେଡିକାଲ କଲେଜରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏଥିସହିତ ପିଜି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏନେଇ ନ୍ୟାସନାଲ ମେଡିକାଲ ଆୟୋଗ (ଏନଏମସି)ର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମଏଆରବି) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିସହିତ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜମାନଙ୍କୁ ଚିଠି ପଠାଯାଇଥିବା ଜଣାପଡ଼ିଛି ।

ରାଜ୍ୟରେ ଥିବା ମେଡିକାଲ କଲେଜମାନଙ୍କରେ ନୂଆ ପିଜି ପାଠ୍ୟକ୍ରମ ଖୋଲିବା ନେଇ ୧୦୫ଟି ଆବେଦନ ପତ୍ର ଓ ସିଟ୍ ବୃଦ୍ଧି କରିବା ପାଇଁ ୫୩ଟି ଆବେଦନ ପତ୍ର ଆସିଥିଲା । ଏଥିସହିତ ଆହୁରି ୨୫୪ଟି ଆବେଦନ ପତ୍ର ଅନଲାଇନ୍ ଜରିଆରେ ଏମଏଆରବି ନିକଟକୁ ପଠାଯାଇଥିଲା । ଏହି ସମସ୍ତ ଆବେଦନ ଉପରେ ବିଚାର କରି ଏମଏଆରବି ଶେଷରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ନୂଆ ପିଜି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button