ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ୨୮ ଲକ୍ଷ ଟଙ୍କା ଫାଇନ

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ ପକ୍ଷରୁ ଏହି ଫାଇନ କରାଯାଇଛି। ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ସହ ଡ୍ରେନ ପାଣି ସିଧାସଳଖ ଗୋବରୀ ନଦୀରେ ପକାଯାଇଥିବାରୁ ଏହି ଫାଇନ ଲଗାଯାଇଛି।

ପୌରସଂସ୍ଥା ଉପରେ ୧-୪-୨୦୨୦ ଠାରୁ ୩୧-୩-୨୦୨୨ ପର୍ଯ୍ୟନ୍ତ ୨୪ ଲକ୍ଷ ଓ ୧- ଏପ୍ରିଲ ୨୦୨୨ ଠାରୁ ୧- ଜୁଲାଇ – ୨୦୨୨ ପର୍ଯ୍ୟନ୍ତ ୪ ଏପରି ସମୁଦାୟ ୨୮ ଲକ୍ଷ ଟଙ୍କା ଜମାକରିବା ଲାଗି  ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି। ସହରର ହଜାରିବାଗିଚା, ଖଡିଅଙ୍ଗ, ସୁନାଇଲୋ ଜୟପୁର, ଏକଡାଖଣ୍ଡିରୁ ନିର୍ଗତ ବର୍ଜ୍ୟବସ୍ତୁ  ସିଧାସଳଖ ଗୋବରୀ ନଦୀରେ ପଡୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଛି।

ମାମଲାର ପରବର୍ତ୍ତୀ ଶୁଣାଣି ୨୪ ଜୁଲାଇରେ ହେବାକୁ ଥିବାବେଳେ ଏ ସମ୍ପର୍କରେ ପୌରଧ୍ୟକ୍ଷାଙ୍କ ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି।  ଅନ୍ୟପକ୍ଷେ  ସହରରେ ଡ୍ରେନେଜ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଲାଗି ଉଭୟ କେନାଲ ଓ ନଦୀ କଡ଼ରେ ଡ୍ରେନ ନିର୍ମାଣ ହେବ ବୋଲି ପୌର ପରିଷଦର ଚେୟାରପର୍ସନ ସରିତା ସାହୁ କହିଛନ୍ତି।

Related Articles

Back to top button